ବ୍ରିସବେନ୍:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସେ ୨ଟି ଉଇକେଟ ଅକ୍ତିଆର କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଡେଭିଡ ୱାର୍ଣ୍ଣର(୦) ଓ ମାର୍କସ ହ୍ୟାରିଶ (୫)ଙ୍କ ଉଇକେଟ ହରାଇ ବିପଦରେ ପଡିଥିଲା । ମାର୍ଲନ ଲାବୁସେନ ଚମତ୍କାର ଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ସେ ୧୦୮ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ ସ୍ମିଥ ୩୬, ମାଥ୍ୟୁ ୱାଡେ ୪୫ରନ କରିଥିଲେ । ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।
Comments are closed.