Latest Odisha News

BREAKING NEWS

ନବରଙ୍ଗପୁର ବ୍ରିଜ ଭୁଶୁଡିବା ଘଟଣା, ସହକାରୀ ଯନ୍ତ୍ରୀ ଗିରଫ 

ଉମରକୋଟ: ନବରଙ୍ଗପୁର ଉମରକୋଟ ତାଲା ପଦର ବିଜୁ ସେତୁ ପୋଲ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର ଗିରଫ ହୋଇଛନ୍ତି।

ନବରଙ୍ଗପୁର ପୋଲିସ ରବିବାର ଦିନ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ସହକାରୀ ଯନ୍ତ୍ରୀଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ।

ସୂଚନାଯୋଗ୍ୟ, ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ଉମରକୋଟ ତାଲା ପଦର ପୋଲ ଭୁଶୁଡିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ପାଇ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା ।

ପରେ ଏହି ଘଟଣାର ତଦନ୍ତ କରିଥିଲେ ସୁନାବେଡ଼ାର EC ଏବଂ EIC ସୁରେଶ ମିଶ୍ର । ପରେ ଠିକାଦାର ଆଶିଷ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କ ନାମରେ ଉମରକୋଟ ଥାନା ରେ ଏକ ମାମଲା ରୁଜୁ କରାଯାଇଥିଲା ବେଳେ ପରେ ତିନିଜଣ ଫେରାର ଥିଲେ।

Leave A Reply

Your email address will not be published.