Latest Odisha News

ବନ୍ଦୀଙ୍କ ପାଇଁ ଝାରପଡା ଜେଲରେ ଲାଗିଲା ଆକ୍ବାଗାର୍ଡ

ଭୁବନେଶ୍ୱର: ଅନ୍ତେବାସୀଙ୍କୁ ସ୍ଵଛ ଓ ଥଣ୍ଡା ପାଣି ଯୋଗାଈ ଦେବା ଲାଗି ଝାରପଡା ଜେଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲରେ ଆକ୍ବାଗାର୍ଡ ଲଗାଯାଇଛି।

ଜେଲରେ ରହୁଥିବା ୧୫୬୬ ଅନ୍ତେବାସୀଙ୍କ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା ବେଳେ ଜେଲ ସଂସ୍କାର କାର‌୍ୟ୍ୟକ୍ରମରେ ଭିତରେ କ୍ୟାଣ୍ଟିନ ମଧ୍ୟ ଖୋଲାଯାଇଛି। ଏଥିରୁ ୩ ବର୍ଷ ମଧ୍ୟରେ ପାଖାପାଖି ୩୪ ଲକ୍ଷ ୫୭୫ ଟଙ୍କା ଲାଭ ହୋଇଛି।

ପ୍ରିଜନର୍ସ ୱେଲଫେୟାର ଦିଗରେ ଏହାକୁ ବିନିଯୋଗ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଝାରପଡା ଜେଲକୁ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ମଧ୍ୟ ମିଳିପାରିଛି। ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ଡି. ଏନ .ବାରିକ ସୂଚନା ଦେଇଛନ୍ତି।

ପୂର୍ବରୁ କଏଦୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଲିମ ଦିଆଯାଇଥିଲା। ଯାହା ମାଛ ଚାଷ, ସୋରିଷ ତେଲ , ହଳଦୀ, ଅଟା ,ବେସନ ତିଆରି ଦିଗରେ ତାଲିମ ଦେବାରେ ସହାୟତା କରିଥିଲା ।

Comments are closed.