Latest Odisha News

କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ଆଲୋଚନା; ବାହାରିବ କି ସମାଧାନ?

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏବଂ କୃଷକମାନଙ୍କ ନୂତନ କୃଷି ଆଇନକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଆଲୋଚନା ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅପରାହ୍ନ ୨ ଟାରୁ ବିଜ୍ଞାନ ଭବନରେ ଏହି ସଭା ଅନୁଷ୍ଠିତ ହେବ।

ଉଲ୍ଲେଖ ଥାଉ କି, ୨୬ ନଭେମ୍ବର ଠାରୁ କୃଷକମାନେ ଦିଲ୍ଲୀ ସୀମାରେ ଥିବା ତିନୋଟି ନୂତନ କୃଷି ନିୟମକୁ ବିରୋଧ କରିଆସୁଛନ୍ତି। ତିନୋଟି ଆଇନ ପ୍ରତ୍ୟାହାର ଦାବିରେ ସେମାନେ ଅ‌ାନ୍ଦେଳନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ନୂତନ ନିୟମକୁ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରୁଛନ୍ତି ଏବଂ ବୁଝାମଣା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ ନଅ ପର୍ଯ୍ୟାୟ ଆଲୋଚନା ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରିପାରି ନାହିଁ।

 

Leave A Reply

Your email address will not be published.