Latest Odisha News

ପାକିସ୍ତାନରେ ଅନର କିଲିଂ; ସ୍ତ୍ରୀ ସହ ୪ ଛୁଆଙ୍କୁ ମାରିଦେଲା ସ୍ୱାମୀ

ଲାହୋର: ପାକିସ୍ତାନରେ ଅନଲ କିଲିଂର ଆଉ ଏକ ମାମାଲା ସାମ୍ନାକୁ ଆସିଛି । ପଞ୍ଜାବ ପ୍ରଦେଶର ଗୁଜ୍ରନୱାଲା ସହରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ୪ ଜଣ ପିଲାଙ୍କୁ ମାରିଦେଇଥିବା ଜଣାପଡିଛି । ଏହି ଅଭିଯୁକ୍ତର ନାମ ଇମ୍ରାନ ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତ ଇମ୍ରାନକୁ ଗିରଫ କରିଥିବା ବେଳେ ଇମ୍ରାନ ସମସ୍ତ କଥା ସ୍ୱୀକାର କରି ନେଇଥିବା ସୂଚନା ମିଳିଛି।

ପୋଲିସ ଦେଇଥିବା ସୂଚନାନୁସାରେ, ଅଭିଯୁକ୍ତ ଇମ୍ରାନ ତାର ସ୍ତ୍ରୀ ସମେତ ସମସ୍ତ ଛୁଆଙ୍କୁ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛି। ଇମ୍ରାନର ବୟାନ ଅନୁସାରେ ସେ ନିଜ ସ୍ତ୍ରୀକୁ ହତ୍ୟା କରୁଥୁବା ବେଳେ ତାର ପିଲା ମାନେ ଏହାକୁ ଦେଖି ଦେଇଥିଲେ। ଯେଉଁଥିପାଇଁ ସେ ପିଲା ମାନଙ୍କୁ ମଧ୍ୟ ହତ୍ୟା କରିଥିବା ପୋଲିସ ଆଗରେ କହିଛି।

ହ୍ୟମୁାନ ରାଇଟ୍ସ ୱାଚର ଆକଳନ ଅନୁସାରେ ପାକିସ୍ତାନରେ ପ୍ରତିବର୍ଷ ୧ ହଜାର ଅନର କିଲିଂ ଘଟୁଛି । ଏତଦବ୍ୟତୀତ ପାକିସ୍ତାନରେ ମହିଳା ହିଂସା ବଢ଼ିଥିବା ବେଳେ ଗତମାସରେ ଏକାଧିକ ଅନର କିଲିଂ ହୋଇଥିବା ସ୍ଥାନୀୟ ନ୍ୟୁଜ୍ ଚ୍ୟାନଲରେ ପ୍ରସାରିତ ହୋଇଥିଲା ।

Leave A Reply

Your email address will not be published.