ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ପୂର୍ବ ବର୍ଦ୍ଧମାନର ବିଜେପି କର୍ମୀ ସନ୍ଦୀପ ନନ୍ଦୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବାକୁ ଦାବି କରିଛନ୍ତି । ସନ୍ଦୀପ ନନ୍ଦୀ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟକୁ ପଥର ମାଡ଼ କରିବା ସହ କିଛି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗର ଅସନସୋଲ ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବୈଠକରେ ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବୈଠକ ବେଳେ ଅସନସୋଲ ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଟିଏମସି କର୍ମୀଙ୍କୁ ଦଳରେ ମିଶାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ଅସନସୋଲ ବିଜେପି କର୍ମୀ ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.