Latest Odisha News

BREAKING NEWS

ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ସାରା ରାଜ୍ୟରେ ୨୫୦ ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

ଏନେଇ ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଫେବୃଆରୀ ୨୦ ସୁଦ୍ଧା ଆବେଦନ କରିବାକୁ ପଡିବ।

ଆଶାୟୀ ଛାତ୍ରଛାତ୍ରୀ ମାନେ ଓଏଭିଏସ ୱେବସାଇଟ୍ www.oav.edu.in ରୁ ଫର୍ମ ଡାଉନଲୋଡ୍ କରିପାରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ବଳକା ସିଟ୍ ପାଇଁ ଆଡମିଶନ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଛାତ୍ରଛାତ୍ରୀ ମାନେ ଓଏଭିଏସ ସାଇଟରୁ ଫର୍ମ ଡାଉନଲୋଡ୍ କରିପାରିବେ।

ଝିଅ ମାନଙ୍କ ପାଇଁ ସିଟ୍ ସଂରକ୍ଷଣ-
ଚଳିତ ଏକାଡେମିକ୍ ସେସନରେ ବାଳିକା ମାନଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ରିଜର୍ଭେସନ କରାଯିବ ବୋଲି ସେ କହିଛନ୍ତି।

Comments are closed.