Latest Odisha News

BREAKING NEWS

ଧରାପଡ଼ିଲା ସେଞ୍ଚୁରିଆନ୍ ସିଏଫଓଙ୍କ କାରସାଦି

ଭୁବନେଶ୍ବର : ନୂଆ ମୋଡ ନେଉଛି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଜିଏସଟି ଠକେଇ ଘଟଣା । ସେଞ୍ଚରିଆନ୍ ବିଶ୍ବବିଦ୍ୟାଳୟର ସିଏଫଓ ହିମାଂଶୁ ଶେଖର କବିଙ୍କ ଚଞ୍ଚକତା ଏବେ ପଦାରେ ପଡିଛି । ହିମାଂଶୁଙ୍କ ଜାଲିଆତି ବିରୋଧରେ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଚଞ୍ଚକତା କରିଥିବା ସିଏଫଓ ହିମାଂଶୁ ଶେଖର କବି ଫେରାର ଥିବା ବେଳେ, ତାଙ୍କ ୩ ଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଠକେଇ କାରବାରରେ ମଧ୍ୟସ୍ଥି ସାଜିଥିବା ଶ୍ରୀ ଭେଞ୍ଚର ଓ ସାଇ ସାନୁ ଏଣ୍ଟରପ୍ରାଇଜେସ୍ ନାମକ ସଂସ୍ଥା ନିଜକୁ ବିଶ୍ବବିଦ୍ୟାଳୟର ଭେଣ୍ଡର କହୁଥିଲା । ଏପରିକି ସିଏଫଓଙ୍କ ପ୍ରରୋଚନାରେ ନିଜ ସଂସ୍ଥାର ଆକାଉଣ୍ଟରୁ ୮୪ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ସୁଜିତ ଘଡେଇ, ନଳୀନ ନାୟକ ଓ ଅମିତ ମଲ୍ଲିକ ନାମକ ୩ ଜଣଙ୍କୁ ଅଟକ ରଖିଛି ଜଟଣୀ ପୋଲିସ । ଏହାସହ ଏମାନେ ବ୍ୟବହାର କରୁଥିବା ଦାମୀ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି । ପୋଲିସ ଏହି ୩ ଜଣଙ୍କ ଘରେ ଚଢ଼ାଉ କରି ୪୦ ଲକ୍ଷ ଟଙ୍କା ସିଜ୍ କରିଥିବା ଜଣାପଡିଛି ।

Leave A Reply

Your email address will not be published.