ଭୁବନେଶ୍ୱର: ପଟିଆ-ଭୁବନେଶ୍ୱର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏହାର ଟ୍ରାନ୍ସପୋର୍ଟ ପ୍ରଭାଗ ଦ୍ୱାରା ସ୍ଥାନୀୟ ପଟିଆ ସେବା କେନ୍ଦ୍ରଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରିଛି । ଏହି ଅବସରରେ “ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଆଡିସିନାଲ୍ ଟ୍ରାଫିକ ଡିସିପି କିଶୋରଚନ୍ଦ୍ର ପାଣିଗ୍ରାହୀ, ଟ୍ରାଫିକ୍ ଆଇଆଇସି ଅଞ୍ଜଳି ଛୋଟରାୟ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ଶୀର୍ଷକ ଉପରେ ନିଜ ଆଭିମୁଖ୍ୟ ରଖିବା ସହ ସାଂପ୍ରତିକ ସମାଜ ପାଇଁ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ ଅତିଥି ।

ଇଂ ବ୍ରହ୍ମାକୁମାରୀ ସୁଦିପ୍ତା ମାନବ ସମାଜ ପାଇଁ ସଡକ ସୁରକ୍ଷା, ମନ ଶାନ୍ତି ପାଇଁ, ରାଜଯୋଗ ଶିକ୍ଷା ଆବଶ୍ୟକ ବକ୍ତବ୍ୟ ପରିପ୍ରକାଶ କରିଥିଲେ । ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଈଶ୍ୱରୀୟ ଉପହାର ଦିଆଯାଇଥିଲା । ବ୍ରହ୍ମାକୁମାର ମନୋରଞ୍ଜନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସେବାକେନ୍ଦ୍ରରେ ସଞ୍ଚାଳିକା ବ୍ରହ୍ମାକୁମାରୀ ଗୋଲାପ ସମସ୍ତ ସମ୍ମାନୀୟ ଅତିଥିଙ୍କୁ ସ୍ୱାଗତ କରିଥିଲେ ।
BREAKING NEWS
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି
- ଜେପିଏସସି ଏବଂ ଜେଏସଏସସି ଆନ୍ଦୋଳନ: କ୍ୟାମେରା ଆଗରେ ଆଲୋଚନା କରିବାକୁ ଛାତ୍ରଙ୍କ ଜିଦ୍
- ଭାଇ ସୋହେଲଙ୍କ ପ୍ରେମ ସମ୍ପର୍କ ପାଇଁ ବନ୍ଦ ହୋଇଥିଲା ସଲମାନଙ୍କ ‘ରାମାୟଣ’! ତିନି ଦଶନ୍ଧି ପରେ ପୁଣି ଚର୍ଚ୍ଚା

Comments are closed.