Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି  

ବଲାଙ୍ଗିର : ଗଣତନ୍ତ୍ର ଦିବସ ପାଇଁ ମାଓ ପ୍ରବଣ ଅଞ୍ଚଳରେ ପୋଲିସର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଲାଙ୍ଗିରରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହା ମାଓ ପ୍ରବଣ ଜିଲ୍ଲା ଭାବରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।

ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓ ଅଞ୍ଚଳରେ ସିଆରପିଏଫ, ଏସଓଜି ଜଓ୍ବାନମାନଙ୍କ ଦ୍ବାରା କୁମ୍ବିଙ୍ଗ ଅପରେସନ ଜାରି ରହିଛି । ଇଣ୍ଟେଲିଜେନ୍ସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୂଚନା ରଖାଯାଉଥିବା ବେଳେ ସମସ୍ତ ଛୋଟ ବଡ ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ବଲାଙ୍ଗୀର ଏସପି ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜରେ ପରେଡକୁ ବାଦ ଦିଆଯାଇଛି । ହେବନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ । ପୋଲିସର ଦୁଇଟି ଦଳ ପରେଡରେ କେବଳ ଅଭିବାଦନ ଜଣାଇବା କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

Comments are closed.