Latest Odisha News

BREAKING NEWS

ଟିକେ ଦେଖନ୍ତୁ: ଭାଇରାଲ୍ ଓଡ଼ିଆ ର‌୍ୟାପ୍ ‘ଆପଣମାନେ ଖୁସି ତ ?’

ଭୁବନେଶ୍ୱର: ‘ଆପଣ ମାନେ ଖୁସି ତ?’ ଏହି ବାକ୍ୟଟି ସହିତ ପ୍ରାୟ ସମସ୍ତ ଓଡ଼ିଆମାନେ ପରିଚିତ ଥିବେ, ମାତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧିକୁ ପ୍ରଶଂସା କରି ର‌୍ୟପ୍ ମାଧ୍ୟମରେ ସ୍ୱର ଦେଇ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ଓଡ଼ିଆ ର‌୍ୟାପର୍ ସମୀର ରିଷୁ ମହାନ୍ତି ।

ପୁୁରୀର ଏହି ୨୬ ବର୍ଷୀୟ ଓଡ଼ିଆ ର‌୍ୟାପର୍ ତାଙ୍କର ର‌୍ୟାପ୍ ସଂଗ୍ ‘ବୋଉ’ ଏବଂ ‘ଆର୍ ୟୁ ଇଣ୍ଡିଆନ’ ଲାଗି ପୂର୍ବରୁ ପ୍ରସିଦ୍ଧି ହାସଲ କରିପାରିଛନ୍ତି । ସେ ବେଙ୍ଗାଲୁରୁରେ ଦୀର୍ଘ ୧୬ ବର୍ଷ ରହିଲେଣି କିନ୍ତୁ ଓଡ଼ିଶାକୁ ବର୍ଷକୁ ଥରେ ବା ଦୁଇଥର ଆସି ବୁଲି ଯାଇଥାଆନ୍ତି । କିନ୍ତୁ ଗତବର୍ଷ ସେ ଭୁବନେଶ୍ୱର ଆସିଥିବା ବେଳେ ଏହି ଗୀତର ଭାବନା ତାଙ୍କ ମନକୁ ବେଶ୍ ପ୍ରଭାବିତ କରିପାରିଲା ।

ପ୍ରକୃତରେ ସେ ବେଙ୍ଗାଲୁରୁରେ ରହିଥିଲେ ମଧ୍ୟ ଓଡ଼ିଶାର ଗାଁ’ ଗାଁରେ ରାସ୍ତାଘାଟ, ସହର ସବୁକିଛି ପରିବର୍ତ୍ତିତ ହୋଇସାରିଛି । ଓଡ଼ିଶାର ଅଭିବୃଦ୍ଧି ଦେଖି ସେ ତାଜୁବ୍ । ରିଷୁ ମହାନ୍ତିିଙ୍କ ଏହି ର‌୍ୟାପରେ ରହିଛି ଓଡ଼ିଆ ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା କଳା ଓ ସ୍ଥାପତ୍ୟର ଜୟ ଜୟକାର । ଏହି ର‌୍ୟାପରେ ମହାବାତ୍ୟାରୁ ଓଡ଼ିଶା ବିକାଶର ସମସ୍ତ କଥା ଭରି ରହିଛି ।

ଓଡ଼ିଆ ର‌୍ୟାପର୍ ସମୀର ରିଷୁ ମହାନ୍ତି ଏହି ର‌୍ୟାପ ଭିଡ଼ିଓର ନାମ ଦେଇଛନ୍ତି, ‘ଖୁସି ତ’ । ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ରିଷୁ ତାଙ୍କର ଏହି ର‌୍ୟାପରେ ସ୍ଥାନ ଦେଇଛନ୍ତି ।

ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଓଡ଼ିଶାର ମାଟି, ପାଣି ପବନ, କଳା ଓ ସଂସ୍କୃତିର ଗାଥା ବହନ କରୁଥିବା ଏହି ର‌୍ୟାପଟି ଏବେ ଓଡ଼ିଶାର ସରହଦ ଡ଼େଇଁ ବିଦେଶରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଦ୍ରୁତଗତିରେ ପ୍ରସାରିତ ହେବାରେ ଲାଗିଛି । ଭିଡ଼ିଓଟି ଆପଣ ଦେଖିସାରିଲା ପରେ ଛାଏଁ ଆପଣ କହି ଉଠିବେ – ଆପଣମାନେ ଖୁସି ତ !

‘ଆପଣମାନେ ଖୁସି ତ ?’

Leave A Reply

Your email address will not be published.