Latest Odisha News

BREAKING NEWS

ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର ରିଲିଜ୍; ଲଭର୍‌ ବଏ୍‌ ଲୁକ୍‌ରେ ନଜର ଆସିଲେ ପ୍ରଭାସ

ନୂଆଦିଲ୍ଲୀ: ‘ବାହୁବଲୀ’ ମେଗା ଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ ଶ୍ୟାମ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଏଥି ସହିତ ‘ରାଧେ ଶ୍ୟାମ’ର ନିର୍ମାତାମାନେ ଫିଲ୍ମର ଏକ ଛୋଟ ପ୍ରି-ଟିଜର ରିଲିଜ୍ କରିଛନ୍ତି। ଯେଉଁଥିରେ ଫିଲ୍ମର’ ଲଭର୍ ବଏ ‘ପ୍ରଭାସଙ୍କ ଝଲକ ଦେଖିବାକୁ ମିଳିଛି। ଫିଲ୍ମର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏଥି ସହିତ, ଫିଲ୍ମର ପୁରା ଟିଜର ଫେବୃଆରୀ ୧୪ ରେ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ ରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଏହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ରିଲିଜ୍ ହେବା ମାତ୍ରେ ଏହି ଟିଜର ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଭାସ ଏବଂ ପୂଜା ହେଗଡେଙ୍କ ବ୍ୟତୀତ ସଚିନ ଖେଡକର, ପ୍ରିୟଦର୍ଶୀ, ଭାଗ୍ଶ୍ରୀ, ମୁରଲୀ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଭୂଷଣ କୁମାର, ବାମସି ଏବଂ ପ୍ରମୋଦ ଦ୍ୱାରା ନିର୍ମିତ।

Comments are closed.