Latest Odisha News

BREAKING NEWS

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୧୬ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କ୍ଷେତ୍ରରେ କୌଣସି ହ୍ରାସ ହୋଇନାହିଁ। ରିପୋଟର୍ ଅନୁଯାୟୀ, ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୬ ହଜାର ୮୮୮ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୬୩ ଲକ୍ଷ ୨୨ ହଜାର ୩୯୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୧୦,୮୬୨ ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୭ କୋଟି ୮୧ ଲକ୍ଷ ୦୫ ହଜାର ୪୨୪ ଲୋକ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ, ୧ ଲକ୍ଷ ୦୪ ହଜାର ୪୪୧ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି, ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Comments are closed.