ନୂଆଦିଲ୍ଲୀ: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ପଟେଲ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିଫିକେସନ ହୋଇଥିଲା । ବିଜେପି ଓ ବିଜେଡି ସାଂସଦଙ୍କ ଦାବି ପରେ ପ୍ରତ୍ୟାହାର ହୋଇଛି । ପୁରୀ ସମ୍ପର୍କିତ କୌଣସି କାମ ଆରମ୍ଭ କଲେ ଓଡ଼ିଶା ସହମତିରେ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ବିଜେଡି ଓ ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ । ବିଜେଡି ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ସସ୍ମିତ ପାତ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମୁନା ଖାଁ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ପାଇଁ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷଙ୍କ (NMA) ଡ୍ରାଫ୍ ପ୍ରତ୍ୟାହାର ନେଇ ଦାବି ଜଣାଇଥିଲେ ।
ओड़िसा के सांसदों ने मा सांसद @OfPinaki एवं भर्तहरि मेहताब जी के नेतृत्व में भेंट की।मैने प्रतिनिधि मंडल को बतलाया कि नोटिफिकेशन को वापिस लेने का निर्देश दे दिया है।पुरी के संबंध में जब भी कोई कार्यवाही करेंगे वह ओड़िया भाषा में आपसी सहमति से होगी @PMOIndia pic.twitter.com/oCTG3FX9YM
— Prahlad Singh Patel (@prahladspatel) February 8, 2021
ସେହିପରି ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ ବି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପି ସାଂସଦଙ୍କ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ପଟେଲଙ୍କୁ ଭେଟି ଶ୍ରୀମନ୍ଦିର ଉପରେ NMA ଡ୍ରାଫ୍ଟ ବାଇ ଲ’ ସ୍ଥଗିତ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲା । ଶ୍ରୀମନ୍ଦିର ନେଇ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷଙ୍କ ଡ୍ରାଫ ବାଇ ଲ’କୁ ନେଇ ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ओड़िसा के सांसदों ने केन्द्रीय मंत्री @dpradhanbjp @pcsarangi @sonal_mansingh @sksingh_de ने भेंट कर पुरी से संबंधित नोटिफिकेशन की सूचना दी ।यह नोटिफिकेशन चेयरमैन @NMANEWDELHI की जानकारी के बगैर जारी किया गया था जिसे तत्काल प्रभाव से वापिस लिया जाता है @PMOIndia @MinOfCultureGoI pic.twitter.com/ROmh7EYX9u
— Prahlad Singh Patel (@prahladspatel) February 8, 2021
Comments are closed.