Latest Odisha News

BREAKING NEWS

ପାକିସ୍ତାନର ଆଉ ଏକ ଚାଲ ଭଣ୍ଡୁର : ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି ।

ସୂଚନା ଅନୁସାରେ, ଜାମ୍ମୁର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଠାବ କରିଥିଲେ ଭାରତୀୟ ଯବାନ । ତାକୁ ଅନେକଥର ଚେତାବନୀ ଦେବା ପରେ ମଧ୍ୟ ସେ ଅନୁପ୍ରବେଶକାରୀ ଜଣକ ସନ୍ଦେହଜନକ ଅବସ୍ଥାରେ ସେଠାରେ ବୁଲୁଥିଲା । ଏହାପରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ବିଏସ୍ଏଫ୍ । ଯବାନଙ୍କ ଗୁଳିରେ ନିହତ ହୋଇଥିଲା ସନ୍ଧିଗ୍ଧ ବ୍ୟକ୍ତି ।

Leave A Reply

Your email address will not be published.