କୋଲକାତା: ପାଖେଇ ଆସୁଛି ନିର୍ବାଚନ ଘୋଷଣା ତାରିଖ, ତେଜୁଛି ବୟାନ ବାଜି । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଛାନିଆ ହେଲେଣି ଦିଦି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ‘ବିଜେପି ଦେଶକୁ ଶବଗଦାହରେ ପରିଣତ କରିଛି, ଟିଏମସି ପଶ୍ଚିମବଙ୍ଗରେ ସେମିତି ହେବାକୁ ଦେବନାହିଁ ।’
ବୁର୍ଦାନର ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବିଜେପି ଉପରେ ଏଭଳି ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏଥିସହ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ମଧ୍ୟ ଦିଦି ଆକ୍ଷେପ କରିଛନ୍ତି । କହିଛନ୍ତି- ମନ୍ଦ (ଖରାପ) ଲୋକ ଦଳ ଛାଡ଼ି ଚାଲି ଯାଇଛନ୍ତି ।
ମମତା ତାତ୍ସଲ୍ୟ କରି କହିଛନ୍ତି- ‘କିଛି ଗାଈ ସେମାନଙ୍କ ଭୁଲ୍ କାର୍ଯ୍ୟକୁ ଲୁଚାଇବା ଲାଗି ପ୍ରୟାସ କରୁଥିଲେ, ସେମାନେ ପଳାଇଥିବାରୁ ଭଲ ହୋଇଛି । ଟିଏମସିରେ ରହି ଦଳର ଭଲ ଚିନ୍ତା କରୁନଥିବା ଲୋକଙ୍କ ଆବଶ୍ୟକତା ନାହିଁ ।’ ଏଥିସହ ଟିଏମସକୁ ମାଆ ବୋଲି ଅଭିହିତ କରି ବିଜେପିରେ ଯୋଗ ଦେଇଥିବା ବିଦ୍ରୋହୀ ଟିଏମସି ନେତାଙ୍କୁ ମମତା ଖରାପ ଛୁଆ କହିଛନ୍ତି । ‘ମଆ ଛୁଆଙ୍କୁ ଖୁଆଇ ପିଆଇ ବଡ଼ କରେ, ଯେତେବେଳେ ମାଆ ବିପଦ ପରେ ପଡ଼େ କିମ୍ବା ସାହାଯ୍ୟ ଚାହେଁ, ସେତେବେଳେ ଛୁଆ ଛାଡ଼ିକି ପଳାନ୍ତି । ସେଭଳି ଛୁଆ କେବେ ବି ଭଲ ଛୁଆ ହୋଇପାରିବେ ନାହିଁ ’ ବୋଲି ମମତା କହିଛନ୍ତି ।
Comments are closed.