Latest Odisha News

ଆସିଲା ଫିଲ୍ମ ‘ରାଧେ ଶ୍ୟାମ୍‌’ର ଟିଜର୍‌ ଡେଟ୍‌

ନୂଆଦିଲ୍ଲୀ: ‘ବାହୁବଲୀ’ ସୁପରଷ୍ଟାର ପ୍ରଭାସଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଆଜିକାଲି ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବଂ ‘ରାଧେ ଶ୍ୟାମ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ରାଧା ଶ୍ୟାମ ନିର୍ମାତା ପ୍ରଭାସଙ୍କ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ତେବେ ‘ରାଧେ ଶ୍ୟାମ’ର ଟିଜର କେବେ ରିଲିଜ ହେବ ଫିଲ୍ମ ନିର୍ମାତା ତାରିଖ ଘୋଷଣା କରିଛନ୍ତି।

ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀ, ଦୁଇ ଦିନ ପରେ ‘ରାଧେ ଶ୍ୟାମ୍’ର ଟିଜର ମୁକ୍ତିଲାଭ କରିବ। ପ୍ରଭାସ ଆଜି ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି। ଯେଉଁଥିରେ ସେ ଏକ ବିଲଡିଂ ସମ୍ମୁଖରେ ବୁଲୁଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଲେଖା ଅଛି, ‘ରାଧେ ଶ୍ୟାମ ଫେବୃଆରୀ ୧୪ ରେ ସକାଳ ୦୯:୧୮’।

ପ୍ରଭାସଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରରେ ପ୍ରଭାସଙ୍କ ଲୁକ୍‌ ବେଶ୍‌ ଆକଷର୍ଣୀୟ ଲାଗୁଛି।

Comments are closed.