Latest Odisha News

BREAKING NEWS

ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ନୂଆଦିଲ୍ଲୀ: ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଆସନ୍ତାକାଲି ୧୩ ତାରିଖ ଶନିବାର ଠାରୁ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ଖୋଲାଯିବ । ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିବ । ତେବେ କୋଭିଡ ଯୋଗୁ ବିଭିନ୍ନ ନିୟମ ରହିଛି ।

ଅନଲାଇନ୍ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲିବାର ମିଳିବ ଅନୁମତି । ସେହିଭଳି ପ୍ରତିଥର ୧୦୦ଜଣଙ୍କୁ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ବୁଲିବା ସମୟରେ ଲୋକମାନଙ୍କୁ କୋଭିଡର ସମସ୍ତ ନିୟମ ମାନିବା ବାଧ୍ୟତାମୂଳକ ରହିଛି । ମାସ୍କ ପିନ୍ଧବା ସହିତ ସାମଜିକ ଦୂରତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସେହିଭଳି ପ୍ରବେଶ ଦ୍ୱାରରେ ମଧ୍ୟ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ରହିଛି । ବୁଲିବାକୁ ଆସୁଥବା ଲୋକଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ରାଷ୍ଟ୍ରପତିଙ୍କ ଇଷ୍ଟେଟ ଗେଟ୍ ନମ୍ବର ୩୫ରୁ ବ୍ୟବସ୍ଥା ରହିଛି । ପାଣି ବୋତଲରୁ ନେଇ କ୍ୟାମେରା ଓ ବିଭିନ ଖାଦ୍ୟପଦାର୍ଥ ଭିତରକୁ ନଆଣିବାକୁ ଅନୁରୋଧ କରାଯାଇଛି । ସର୍ବସାଧାରଣ ମାର୍ଗରେ ହାଣ୍ଡ ସାନିଟାଇଜରରୁ ନେଇ ପ୍ରାଥମିକ ଚିକିତ୍ସା ମାନ ମଧ୍ୟ ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.