Latest Odisha News

ଧୁମ୍‌-୪ରେ ଲେଡି ଭିଲେନ୍

ମୁମ୍ବାଇ: ବଲିଉଡର ପପୁଲାର ଫ୍ରାଂଚାଇଜି ଧୁମ୍ ନିଜର ଚତୁର୍ଥ ପାର୍ଟ ପାଇଁ ଯୋଜନା ଚଳାଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ପାର୍ଟରେ ମେଲ୍ ଭିଲେନ୍ ଥିଲାବେଳେ ଆଗକୁ କିନ୍ତୁ ବ୍ୟତିକ୍ରମ ଦେଖାଯିବ । କାହିଁକି ନା ଧୁମ୍‌-୪ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ଫିମେଲ୍ ଭିଲେନ୍ । ଖବର ଆସିଛି ଜଣେ ଆଗଧାଡିର ଅଭିନେତ୍ରୀ ଖଳନାୟିକା ଭାବେ ଅଭିନୟ କରିବେ ।

ଅନ୍ୟ କେହି ନୁହେଁ ବରଂ ଦୀପିକା ପାଦୁକୋନଙ୍କୁ ଧୁମ୍‌-୪ରେ ନେଗେଟିଭ କିର୍ଦାରରେ ଦେଖିବାକୁ ମିଳିବ । ଏଥିପାଇଁ ଫିଲ୍ମର ମେକରମାନେ ଦୀପକାଙ୍କ ସହ ଯୋଗାଯୋଗ ବି କରିଛନ୍ତି । ନେଗେଟିଭ କିର୍ଦାର ପାଇଁ ଦୀପିକା ବେଶ ଏକ୍ସାଇଟେଡ୍ ଥିବାବେଳେ ଫିଲ୍ମରେ ସାଇନ୍ କରିବା ପୂର୍ବରୁ ଡେଟ୍ ମ୍ୟାନେଜ୍ କରୁଥିବା ଜଣାପଡିଛି ।

ପ୍ରଫେସ୍ନାଲ ମାମଲାରେ ଦୀପିକା ଫିଲ୍ମ ପଠାନ୍‌ରେ ଶାହରୁଖ ଖାନ ଓ ଜନ୍ ଇବ୍ରାହିମ୍‌ଙ୍କ ସହ ନଜର ଆସିବେ । ସେହିଭଳି ଏକ ଅନ୍‌ଟାଇଟଲ୍ଡ ଫଲ୍ମରେ ଅନନ୍ୟା ପାଣ୍ଡେ ଓ ସିଦ୍ଧାର୍ଥ ଚତର୍ବେଦୀଙ୍କ ସହ ନଜର ଆସିବେ । ଏହି ଦୁଇଦୁଇଟି ଫିଲ୍ମକୁ ବାଦ୍ ଦେଲେ ସ୍ୱାମୀ ରଣବୀର ସିଂଙ୍କ ସହ ମୁଭି ୮୩ରେ ବି ତାଙ୍କୁ ଦେଖିବାକୁ ମିଳିବ ।

ଫିଲ୍ମ ସାଇନିଂ ମାମଲାରେ ଦୀପିକା ବୋଧ ହୁଏ ସବୁଠୁ ବ୍ୟସ୍ତ ଅଭିନେତ୍ରୀ ଗଣାହେବେ । କାହିଁକି ନା ନାଗ ଅଶ୍ୱୀନଙ୍କ ଫିଲ୍ମରେ ପ୍ରଭାସଙ୍କ ସହ, ଫାଇଟର୍ ଭଳି ଫିଲ୍ମରେ ହ୍ରିତିକଙ୍କ ବିପକ୍ଷରେ ଓ ମହାଭାରତରେ ତାଙ୍କୁ ଦ୍ରୌପଦୀ ଭୂମିକାରେ ଦେଖିବାକୁ ମିଳିବ ।

Comments are closed.