Latest Odisha News

BREAKING NEWS

ଭାବପ୍ରବଣ ହୋଇ ରଣଧୀର କହିଲେ ମୁଁ ଏବେ ଘରେ ଏକୁଟିଆ

ମୁମ୍ବାଇ: ରାଜୀବ କାପୁରଙ୍କ ମୃତ୍ୟୁ ପରେ ରଣଧୀର କାପୁର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏକ ସାକ୍ଷାତକାରରେ ସେ କହଛନ୍ତି ମୁଁ ଜାଣିନି କଣ ଘଟୁଛି । ଏବେ ଏତେ ବଡ ଘରେ ମୁଁ ଏକୁଟିଆ ହୋଇ ପଡିଛି ବୋଲି କହିଛନ୍ତି । ୨ ବର୍ଷ ମଧ୍ୟରେ ପରିବାରର ୪ ସଦସ୍ୟଙ୍କୁ ହରାଇ ସାରିଛି । ସମସ୍ତେ ମୋର ଅତି ନିଜର ଥିଲେ ।

୧ ଅକ୍ଟୋବର ୨୦୧୮ରେ ମାଆ କୃଷ୍ଣା ରାଜ କାପୁର, ୧୪ ଜାନୁୟାରୀ ୨୦୨୦ରେ ରିତୁ ନନ୍ଦା, ୩୦ ଏପ୍ରିଲ ୨୦୨୦ରେ ଋଷି କାପୁର ଓ ଏବେ ୯ ଫେବୃୟାରୀ ୨୦୨୧ରେ ରାଜୀବ କାପୁରଙ୍କ ମୃତ୍ୟୁ ଘଟିଛି । ଏବେ ମୁଁ ନର୍ଭ ସମସ୍ୟାରେ ପଡିଥିବାରୁ ମୋ ସେବା ପାଇଁ ୨୪ ଘଂଟା ଜଣେ ନର୍ସ ରହୁଛନ୍ତି । ଆଉ ମୋ ପାଖରେ କେହି ନାହାନ୍ତି ବୋଲି କହି ସେ ଆଖି ଛଳଛଳ କରି ଦେଇଥିଲେ ।

Leave A Reply

Your email address will not be published.