Latest Odisha News

BREAKING NEWS

କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ, ୧୮ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ତାପୂର୍ବରୁ କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ କରାଯିବ । ସକାଳ ସାଢେ ୮ଟାରୁ ଅପରାହ୍ନ ୫ ଯାଏଁ ଟେଷ୍ଟ ଚାଲିବ । ସମସ୍ତ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ଟେଷ୍ଟ କରାଯିବ ।

ଯେଉଁମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିବ । ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା ୧୭ତାରିଖରେ ବସିବ ସର୍ବଦଳୀୟ ବୈଠକ ।
ଫେବ୍ରୁଆରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍‌ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହରେ ପାରିତ ହେବ ।

ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ରହିବ ୩୧ଟି କାର୍ୟ୍ୟଦିବସ । ଫେବ୍ରୁଆରୀ ୧୮ରୁ ୨୭ ତାରିଖ ୯ ଦିନ ପାଇଁ ପ୍ରଥମ ପର୍ୟ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ । ସେହିପରି ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ତାରିଖ ଯାଏ ୨୨ ଦିନ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଚାଲିବ ।

Leave A Reply

Your email address will not be published.