Latest Odisha News

ନ୍ୟୁଜିଲ୍ୟାଣ୍ଡରେ ନୂଆ ଭାଇରସ, ଅକଲ୍ୟାଣ୍ଡରେ ଲାଗୁହେଲା ଲକଡାଉନ୍

ନ୍ୟୁଜିଲ୍ୟାଣ୍ଡ : ନ୍ୟୁଜିଲ୍ୟାଣ୍ଡର ସବୁଠୁ ବଡ଼ ସହର ଅକଲ୍ୟାଣ୍ଡରେ ଲାଗୁ ହେଲା ତିନି ଦିନଆ ଲକଡାଉନ୍ । ଆଜି ମଧ୍ୟରାତ୍ରରୁ ତିନି ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ନୂଆ ଭାଇରସ ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡର୍ଣ୍ଣ । ଅକଲ୍ୟାଣ୍ଡ ବ୍ୟତିତ ଅନ୍ୟ ସହରରେ ଲକଡାଉନ କଟକଣା ନଲଗାଇବାକୁ ନିଷ୍ପତ୍ତି ହୋଇଛି ।

ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନୂଆ କରୋନା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ତିନି ଦିନିଆ ଲକଡାଉନ୍ ଜାରି ହୋଇଛି । କ୍ୟାବିନେଟ ସଦସ୍ୟଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଭାଇରସ ସମ୍ପର୍କରେ ସବିଶେଷ ତଥ୍ୟ ନମିଳିବା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି କରୋନା ଭୂତାଣୁ ଅପେକ୍ଷା ଏହା ଅଧିକ ଭୟାନକ କି ନୁହେଁ ସେନେଇ ମଧ୍ୟ ନମୂନା ସଂଗ୍ରହ କରାଯାଉଛି ।

ଅକଲ୍ୟାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ନୂଆ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ନୂଆ ଭାଇରସକୁ ଚିହ୍ନଟ କରାଯାଇପାରି ନାହିଁ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।

Comments are closed.