Latest Odisha News

BREAKING NEWS

ନେତାଜୀ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ ।

ଟର୍ମିନାଲକୁ ନେଇ ତିନିଟି ମାମଲା ଦାୟର ହୋଇଥିଲା । ଏ ମଧ୍ୟରୁ ଦୁଇଟି ଖାରଜ ହୋଇଛି । ଶ୍ମଶାନ କାଳୀ ସମ୍ପତ୍ତି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭କୁ ଧାର୍ଯ୍ୟ ହୋଇଛି ।

ବସ ଟର୍ମିନାଲ ତିଆରି ହେଲେ ସୃଷ୍ଟି ହେବାକୁ ଥିବା ବିଭିନ୍ନ ସମସ୍ୟା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ ।

Leave A Reply

Your email address will not be published.