Latest Odisha News

BREAKING NEWS

ଅଶ୍ୱୀନଙ୍କ ଚମତ୍କାର ଶତକ, ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ବିଜୟ ଲକ୍ଷ୍ୟ,୫୩/୩

ଚେନ୍ନାଇ: ଏଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ଶତକ(୧୦୬) ଏବଂ ବିରାଟ କୋହଲି(୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ତୃତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୫୩ ରନ ସଂଗ୍ରହ କରିଛି । ଜୋ ରୁଟ ୩ ଏବଂ ଡାନ୍ ଲରେନ୍ସ ୧୯ ରନ କରି ଅପରାଜିତ ଅଛନ୍ତି ।

ଅକ୍ଷର ପଟେଲ ୨ଟି ଏବଂ ଅଶ୍ୱୀନ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି । ବିଜୟ ପାଇଁ ଭାରତକୁ ଭ୍ରମଣକାରୀ ଦଳର ଆଉ ୭ ଆବଶ୍ୟକ । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୨୯ ରନ ଜବାବରେ ଇଂଲଣ୍ଡ ୧୩୪ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.