Latest Odisha News

BREAKING NEWS

କ୍ରିକେଟକୁ ଅଲବିଦା କହିଲେ ନମନ ଓଝା, ଅବସର ଘୋଷଣା ବେଳେ ଛଳ ଛଳ ହୋଇଗଲା ଆଖି

ଇନ୍ଦୋର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରଣଜୀ ଟ୍ରଫିରେ ଉଇକେଟକିପର ଭାବେ ସର୍ବାଧିକ ସଫଳତା ହାସଲ କରିଥିବା ୩୭ ବର୍ଷୀୟ ନମନ ଏହା ଘୋଷଣା କରିବା ବେଳେ ତାଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ସେ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ, ଗୋଟିଏ ଦିନିକିଆ ଓ ୨ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

୧୭ ବର୍ଷ ବୟସରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଏହି ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ସଫଳ କ୍ୟାରିୟର ପଛରେ ଲୁଚି ଯାଇଥିଲେ କହିଲେ ଭୁଲ ହେବ ନାହିଁ । ପିଠି ଯନ୍ତ୍ରଣା ତାଙ୍କ କ୍ୟାରିୟରକୁ ନଷ୍ଟ କରିଥିଲା । କ୍ରମାଗତ ଆଘାତ ସମସ୍ୟା ଧିରେ ଧିରେ ସେ ଅଲୋଡା ହୋଇ ଯାଇଥିଲେ । ଆଇପିଏଲରେ ସେ ରାଜସ୍ଥ୍‌ାନ ରୟାଲ୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଉଇକେଟକିପର ଭାବେ ୩୫୧ ଡିସମିସାଲ କରିଥିଲେ ।

Comments are closed.