Latest Odisha News

BREAKING NEWS

କାର୍-ଅଟୋ-ଟ୍ରଲର ପରସ୍ପର ଧକ୍କା; ୫ ମୃତ, ୫ ଆହତ

ମୁମ୍ବାଇ: ସୋମବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ୱେରେ ଅଟୋ, କାର୍ ଓ ଏକ ଟ୍ରଲର ମଧ୍ୟରେ ସିରିଜ୍ ଦୁର୍ଘଟଣା ହେବାରୁ ପ୍ରାୟ ୫ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୁଣେରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଫୁଡମାଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନାନୁସାରେ, ସମସ୍ତ ମୃତଦେହକୁ ଖାପୋଲୀ ହସ୍ପିଟାଲରେ ରଖାଯାଇଛି । ଏହାସାହ ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଅଷ୍ଟବିନାୟକ ଓ ଅନ୍ୟ ୨ ଜଣଙ୍କୁ ବାସୀର ମନପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଅନ୍ୟଜଣେ ଆହତଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ପରସ୍ପର ସହ ଗାଡି ଗୁଡିକ ଧକ୍କା ହୋଇଥିବା ସନ୍ଦେହ କରାଯାଉଛି । ଏନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.