Latest Odisha News

BREAKING NEWS

ରାମଗୋପାଳ ବର୍ମାଙ୍କ କଙ୍ଗନାଙ୍କୁ ପ୍ରଶଂସା ଟୁଇଟ ଭାଇରାଲ

ମୁମ୍ବାଇ:କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଧାକଡର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଏହି ଫିଲ୍ମର କେତେକ ଫଟୋ ମଧ୍ୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ନିକଟରେ ତାଙ୍କର ଏହି ଫଟୋକୁ ରାମ ଗୋପାଳ ବର୍ମା ପ୍ରଶଂସା କରିଛନ୍ତି । ଏପରି କି ସେ ଟୁଇଟରେ କଙ୍ଗନାଙ୍କୁ ନ୍ୟୁକ୍ଲିୟର ବମ ସହିତ ତୁଳନା କରିଛନ୍ତି ।

ଅବଶ୍ୟ ଟୁଇଟ କରିବା ଅଳ୍ପ ସମୟ ମଧ୍ୟରେ ସେ ଏହାକୁ ଡିଲିଟ କରି ଦେଇଥିଲେ । ପ୍ରଶଂସକମାନେ କିନ୍ତୁ ଟୁଇଟକୁ ଏତେ ପସନ୍ଦ କରିଥିଲେ ଯେ, ତାହା ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା । ମୋ କ୍ୟାରିୟରରେ ଗୋଟିଏ ଫିଲ୍ମରେ ଏ ଭଳି ବାସ୍ତବ ଚିତ୍ର ଦେଖି ନ ଥିଲି ବୋଲି ରାମଗୋପାଳ ବର୍ମା ଲେଖିଥିଲେ ।

Comments are closed.