Latest Odisha News

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ହ୍ୱିଲ୍ ଚେୟାର ଟେନିସ୍

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାରେ ହ୍ୱିଲ୍ ଚେୟାର ଟେନିସ । ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଏହି କର୍ମଶାଳା ହେବ । 

ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗ ନେବେ। ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍ (IWTT) ସହଯୋଗରେ ଗୁରୁକୁଳ ଟେନିସ୍ ରିସୋର୍ଟରେ ଚକେଲେଟ୍ ଗ୍ରୁପ ଦ୍ୱାରା ଏହି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । କର୍ମଶାଳା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଗମୀ ଏକ ବର୍ଷ ଯାଏଁ ଏହି ଗୁରୁକୁଳ ଟେନିସ୍ ରିସୋର୍ଟରେ ହ୍ୱିଲ୍ ଚେୟାର ଟେନିସ୍ ଟ୍ରେନିଂ କ୍ୟାମ୍ପ ଜାରି ରହିବ । ଆଜି ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍ (IWTT) ଓ ଚକଲେଟ୍ ଗ୍ରୁପ ଦ୍ୱାରା ଏକ ‘MOA’ ସ୍ୱାକ୍ଷର ମଧ୍ୟ ହୋଇଛି । ଏହାସହ ଏହି ଅବସରରେ ଜର୍ଶୀ ଉନ୍ମୋଚିତ ମଧ୍ୟ ହୋଇଛି ।

ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍ ଓ ଚକଲେଟ୍ ଗ୍ରୁପ’ର ଏହି ଉଦ୍ୟମ ଭିନ୍ନକ୍ଷମ ଟେନିସ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ ଓ ଆଗକୁ ବଢିବା ସହ ଏଥିରେ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । 

ଆଜିର ପ୍ରେସମିଟରେ ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର’ର (IWTT) ଚ୍ୟାରମ୍ୟାନ୍ ସୁନିଲ ଜେନ୍, ପ୍ରୋଜେକ୍ଟ ହେଡ୍ ବିଜୟ ସୂର୍ଯ୍ୟନାରାୟଣ ଓ ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନଙ୍କ ସହ ଚେକଲେଟ୍ ଗ୍ରୁପର ଫାଉଣ୍ଡର ଚିନ୍ମୟ ପ୍ରଧାନ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.