Latest Odisha News

୨୧ରୁ ୨୩ତମ କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର : ଶତାଦ୍ଦୀର କଳାକାର ପକ୍ଷରୁ ଆସନ୍ତା ୨୧ରୁ ଆରମ୍ଭ ହେବ ୨୩ତମ କଳିଙ୍ଗ ନାଟ୍ୟ ମହୋତ୍ସବ । ଏହା ରବୀନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଚାଲିବ ।

ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ରାଜକିଶୋର ନାୟକ ଓ ପ୍ରଶାନ୍ତ କୁମାର ଦାସଙ୍କୁ ପୁରସ୍କୃତ କରାଯିବ । ଏଥିସହ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳଙ୍କୁ ସୁମିତ୍ରା ସମ୍ମାନ, ଥିଏଟର ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥଙ୍କୁ ପ୍ରମିଳା ପ୍ରତିଭା ସମ୍ମାନ ଦିଆଯିବ ।

ଏଥି ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି, ଅଭିନେତ୍ରୀ ଭାସ୍ୱତୀ ବସୁ ,ଅଭିନେତା ଶଙ୍କର ବସୁମଲ୍ଲିକ , ସଂଳାପ ଲେଖକ ଫକୀର ସିଂହ , ସାମ୍ବାଦିକା ଆରୁଣିକା ମହାପାତ୍ର , ସମୀକ୍ଷା ପଟ୍ଟନାୟକ ଏବଂ ଫୋଟୋ ସାମ୍ବାଦିକ ବିକାଶ ନାୟକଙ୍କୁ ସମ୍ମାନିତ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.