Latest Odisha News

BREAKING NEWS

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ, ମିଳିଲା ଚାଇନିଜ୍ ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଫରେଷ୍ଟ ଅଞ୍ଚଳରେ ଅନନ୍ତନାଗ ପୋଲିସ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛି । ଆତଙ୍କବାଦୀଙ୍କ ଏହି ଶିବିରରୁ ୩ଟି ଏକେ-56, ୨ଟି ଚାଇନିଜ୍ ପିସ୍ତଲ, ୨ଟି ଚାଇନିଜ୍ ଗ୍ରେନେଡ୍, ଗୋଟିଏ ଟେଲିସ୍କୋପ୍, ୬ଟି ଏକେ ମାଗାଜିନ୍, ୨ଟି ପିସ୍ତଲ ମାଗାଜିନ୍ ସହ ଅନ୍ୟ କେତେକ ସାମଗ୍ରୀ ଜବତ କରାଯାଇଛି । ଶ୍ରୀନଗର କୃଷ୍ଣା ଢାବା ଫାୟାରିଂ ମାମଲାରେ ଧରାପଡ଼ିଥିବା ଆତଙ୍କବାଦୀକୁ ଜେରା ପରେ ଆତଙ୍କବାଦୀଙ୍କ ଏହି ଆଡ୍ଡା ବିଷୟରେ ଜଣାପଡ଼ିଥିଲା ।

ଜାମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଯେଉଁମାନେ ବୁଧବାର ଶ୍ରୀନଗର ସହରରେ ଏକ ଢାବା ମାଲିକଙ୍କ ପୁଅକୁ ଗୁଳିକରି ଗୁରୁତର ଆହତ କରିଥିଲେ । ୩ ଆତଙ୍କବାଦୀ ବାଇକରେ ଆସିଥିଲେ । ସେଥିମଧ୍ୟରୁ ଜଣେ ଢାବାକୁ ଯାଇ ଗୁଳି କରିଥିଲା ।

ଉକ୍ତ ଘଟଣାର ୨ ଦିନ ପୂର୍ବରୁ ଆତଙ୍କବାଦୀ ଶ୍ରୀନଗର ସହରରେ ଏକ ପୋଲିସ ଦଳ ଉପରେ ଗୁଳିଗୋଳା ଚଳାଇଥିଲେ । ଏଥିରେ ଆହତ ୨ ପୋଲିସ କର୍ମଚାରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଏହା ପଛରେ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ହାତ ଥିବା କୁହାଯାଉଛି ।

Comments are closed.