Latest Odisha News

BREAKING NEWS

ଆସିଲା ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଦସ୍‌ଭି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋମବାର ଦିନ ଦୀନେଶ ଭିଜାନଙ୍କ ଆଗାମୀ ସାମାଜିକ କମେଡି ‘ଦସ୍‌ଭି’ରେ ନଜର ଆସିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସେ ଗଙ୍ଗା ରାମ ଚୌଧୁରୀଙ୍କ ଚରିତ୍ରରେ ଅଭିନୟ କରିବେ। ଯେଉଁଥିରେ ୟାମି ଗୌତମ ଏବଂ ନିମ୍ରତ କୌର ମଧ୍ୟ ଅଭିନୟ କରିବେ।

ରିତେଶ ଶାହାଙ୍କ ଦ୍ୱାରା ଲିଖିତ ‘ଦସ୍‌ଭି’ର ପ୍ରଥମ ଲୁକ୍‌ ଦର୍ଶକଙ୍କ ସାମ୍‌ନାକୁ ଆସିଛି। ଅଭିଷେକ ଫିଲ୍ମର ପ୍ରଥମ ଳୁକ୍‌ ସେୟାର୍‌ କରିବା ପରେ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

ଅଭିଷେକ ଏକ ମାର୍କସିଟ୍ ପୃଷ୍ଠଭୂମି ରହିଥିବା ଏକ ଫଟୋ ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ପରି ବିଷୟଗୁଡ଼ିକର ନମ୍ବର ଉଲ୍ଲେଖ ଥିବା ଦେଖିବାକୁ ମିଳିଛି।

Comments are closed.