ନୂଆଦିଲ୍ଲୀ: ଜେଡିୟୁ ଜାତୀୟ ସଭାପତି ଆରସିପି ସିଂ ସୋମବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧.୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ କିଛି ଆରଏସଏସ ଅଧିକାରୀଙ୍କ ସହ ପାଟନାରେ ଆରସିପି ସିଂଙ୍କୁ ଭେଟି ରାମ ମନ୍ଦିର ନିର୍ମାଣରେ ସହଯୋଗ ଲୋଡିଥିଲେ।
ସଞ୍ଜୟ ଜୈସୱାଲଙ୍କ ସହିତ ଆରଏସଏସରୁ ମୋହନ ସିଂ ଏବଂ ରମଣ ପ୍ରତାପ ଉପସ୍ଥିତ ଥିଲେ। ଉଭୟ ଦଳର ନେତା ସାକ୍ଷାତ ହେବା ପରେ ଆରସିପି ସିଂ ସଞ୍ଜୟ ଜୈସୱାଲଙ୍କୁ ୧.୧୧ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ।
ସମ୍ପ୍ରତି ପାଟନାରେ ମହାବୀର ମନ୍ଦିର ନ୍ୟାସ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ମହାବୀର ମନ୍ଦିର ନ୍ୟାସ ୧୦ କୋଟି ଟଙ୍କା ଦାନ କରିବେ।
Comments are closed.