Latest Odisha News

BREAKING NEWS

କରୋନା ଟିକାର ଦ୍ବିତୀୟ ଡୋଜ ନେଇ ସ୍ବାସ୍ଥ୍ୟବିଭାଗର କ୍ଲର୍କ ମୃତ୍ୟୁ

ବାରୱାନି: ବାରୱାନି ଜିଲ୍ଲାରେ କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ରଜନୀ ସେନ୍। ଯିଏକି ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗରେ ଜଣେ କିରାଣୀ ଭାବେ କାର୍ଯ୍ୟରତ ଥିଲେ।

ଜିଲ୍ଲାପାଳ ଶିବରାଜ ସିଂ ବର୍ମା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସିଏମଏଚଓ କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କର ବ୍ରେନ୍ ହାମରେଜ ହୋଇଥାଇପାରେ।

ସିଏମଏଚଓ ଅନୀତା ସିଙ୍ଗାରେ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ମହିଳା ଜଣକ ଟୀକାର ଦ୍ୱିତୀୟ ଡୋଜ ନେଇଥିଲେ। ଦିନ ପରେ ତାଙ୍କ ଅବସ୍ଥା ବିଗିଡିଥିଲା। ଯାହା ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.