Latest Odisha News

BREAKING NEWS

+ ୨ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ବାର୍ଷିକ + ୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଥିଓରୀ ପରୀକ୍ଷା ଆସନ୍ତା ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ୨୯ ରୁ ମେ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଥିଓରୀ ପରୀକ୍ଷା ପାଇଁ ସକାଳ ୯ଟା ୧୫ମି.ରୁ ୧୨ଟା ୧୫ମି. ପର୍ଯ୍ୟନ୍ତ ପ୍ରଥମ ସିଟିଂ ବସିବ।

ତେବେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ୬୦ ଓ ୩୦ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ତିନି ଘଣ୍ଟା ଏବଂ ୧୫ ମାର୍କର ପ୍ରଶ୍ନର ଉତ୍ତର ଦେବାକୁ ଦୁଇ ଘଣ୍ଟା ସମୟ ଦିଆଯିବ।

Leave A Reply

Your email address will not be published.