Latest Odisha News

BREAKING NEWS

ଆତଙ୍କବାଦୀଙ୍କୁ ନିପାତ କରି ସହୀଦ ହେଲେ ଓଡ଼ିଆ ଯବାନ, ଆଜି ଗାଁ’କୁ ଆସୁଛି ପାର୍ଥୀବ ଶରୀର

ଖୋର୍ଦ୍ଧା: ଜମ୍ମୁ ଓ କାଶ୍ମୀରର ବାରାମୂଳା ସେକ୍ଟରଠାରେ ନିୟୋଜିତ ହୋଇଥିବା ବେଗୁନିଆ ଥାନା ଅନ୍ତର୍ଗତ ଅସ୍ତରଙ୍ଗ ଗ୍ରାମର ଓଡ଼ିଆ ଯବାନ ହେମନ୍ତ ପଣ୍ଡା ଆତଙ୍କବାଦୀଙ୍କ ସହିତ ଏକ ଏନକାଉଣ୍ଟରେ ସହୀଦ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଭାରତ-ପାକିସ୍ତାନ ସୀମାନ୍ତରେ ଥିବା ବାରାମୂଳା ସେକ୍ଟରରେ ଆତଙ୍କବାଦୀମାନଙ୍କ ସହିତ ଭାରତୀୟ ନିରାପତ୍ତା ଯବାନଙ୍କ ସହିତ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମାତ୍ର ଏହି ଗୁଳିବିନିମୟରେ ହେମନ୍ତ ପଣ୍ଡା ଗୁରୁତର ଆହତ ହୋଇ ପରବର୍ତ୍ତୀ ସମୟରେ ଦେଶ ଲାଗି ସହୀଦ ହୋଇଥିଲେ ।

ପରିବାର ସୂତ୍ରରୁ ଜଣାପଡ଼ିଛି, ହେମନ୍ତ ୨୦୧୭ ମସିହାରେ ଭାରତୀୟ ସେନାରେ ଯୋଗଦାନ କରିଥିଲେ ଏବଂ ବାରମୂଳା ସେକ୍ଟରରେ ନିୟୋଜିତ ହୋଇଥିଲେ । ଆଜି ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ଗ୍ରାମକୁ ଅଣାଯିବାର ବ୍ୟବସ୍ଥା ହୋଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.