Latest Odisha News

BREAKING NEWS

ଆଜି ଏହି ଚା‌‌ରୋଟି ରାଜ୍ୟ ପାଇଁ ମତଦାନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ଚାରିଟି ରାଜ୍ୟ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମତଦାନ ତାରିଖ ଘୋଷଣା କରିବେ।

ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପାଇଁ ମତଦାନ ତାରିଖ ଶୁକ୍ରବାର ଦିନ ୪.୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଇସି ଘୋଷଣା କରିବାର ସମ୍ଭାବନା ରହିଛି।

ଚାର‌ୋଟି ରାଜ୍ୟ (ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ) ଏବଂ ଗୋଟିଏ ୟୁନିଅନ୍ ଟେରିଟୋରୀ (ପୁଡୁଚେରୀ) କୁ ଆସନ୍ତା ନିର୍ବାଚନର କାର୍ଯ୍ୟସୂଚୀ ଶେଷ କରିବାକୁ ନିର୍ବାଚନ ଆୟୋଗ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

 

Comments are closed.