Latest Odisha News

BREAKING NEWS

କରୋନାରେ ଏବେ ସୁଦ୍ଧା ୪୮ ପୋଲିସ କର୍ମୀଙ୍କ ମୃତ୍ୟୁ: ମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆଜି ପର୍ଯ୍ୟନ୍ତ ମୋଟ ୪୮ ଜଣ ପୋଲିସ ମୃତ୍ୟୁ ବରଣ କରିଛନ୍ତି ବୋଲି ଶନିବାର ଦିନ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି।

ଶୂନ୍ୟ କାଳରେ ମନ୍ତ୍ରୀ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ୪୮ ଜଣ ପୋଲିସ କର୍ମୀ ମୃତ୍ୟୁବରଣ କରିଥିଲେ। ତେବେ ୧୦୦୨ ଜଣ ପୋଲିସ କର୍ମଚାରୀ ପ୍ଲାଜା ଦାନ କରି କରୋନା ରୋଗୀଙ୍କ ଜୀବନ ରକ୍ଷା କରିଛନ୍ତି।

ଏଥିସହିତ ମହାମାରୀ ସମୟରେ ସେମାନଙ୍କ ସେବାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବରେ ସ୍ୱୀକୃତି ଦେଇଥିଲେ। ମୋଟ ୫୪,୬୮୪ ପୋଲିସ କର୍ମଚାରୀଙ୍କୁ କୋଭିଡ ଟିକା ଦିଆଯାଇଛି।

Comments are closed.