Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

ପୁରୀ : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଦଳ ମତ ନିର୍ବିଶେଷରେ ଏହାକୁ ସମସ୍ତେ ସମର୍ଥନ ଜଣାଇଚନ୍ତି । ତେବେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ଯୋଜନା ସର୍ବସମ୍ମତିକ କ୍ରମେ ପାରିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଜପତି ମହାରାଜା ।

ଶ୍ରୀମନ୍ଦିର ପରିକ୍ରମ ଯୋଜନା ପାଇଁ ଗଜପତି ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଏକ ଐତିହାସିକ ପ୍ରକଳ୍ପ ବିଧାନସଭାରେ ଗୃହୀତ ହୋଇଥିବାରୁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଗଜପତି କହିଛନ୍ତି ।

Leave A Reply

Your email address will not be published.