Latest Odisha News

BREAKING NEWS

୬ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଋଷଭ

ଜାଲୌ: ଉତ୍ତରପ୍ରଦେଶ ଜାଲୌନରେ ରହୁଥିବା ୬ ବର୍ଷର ଶିଶୁ ଋଷଭ । ଏତେ କମ୍ ବୟସରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ସ୍ଥାନ ଅକ୍ତିଆର କରିପାରିଛନ୍ତି। ଋଷଭ ଗଣିତରେ ୧ ରୁ ୧୦୦ ଯାଏଁ ସ୍କ୍ୱାୟାର ମୁହଁରେ ମନେ ଅଛି । ସେ ଅଙ୍କ ନ କଷି ବି ପୁରା ସ୍କ୍ୱାୟାର ଲେଖିପାରନ୍ତି । ମାତ୍ର ୪ ମିନିଟ୍ ୧୦ ସେକେଣ୍ଡରେ ସେ ପୁରା ସ୍କ୍ୱାୟାର ଗାଇ ଯାଆନ୍ତି । ଏହି ପ୍ରତିଭା ଯୋଗୁଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ମେଡାଲ ଓ ସାର୍ଟିଫିକେଟ ପାଇଛନ୍ତି ଋଷଭ ।

କରୋନା ଲକଡାଉନ ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ଥିବାବେଳେ ଋଷଭ ଘରେ ରହି ଗଣିତକୁ ଭଲ ବୁଝି ନୂଆ ନୂଆ ପ୍ରୟୋଗ କରିଥିଲେ । ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି ।

ଋଷଭଙ୍କ ପିତା ଏକ ଗହଣା ଦୋକାନ ଚଳାନ୍ତି, ମା ଗୃହିଣୀ । ମାତାପିତା ଓ ବଡ ଭଉଣୀଙ୍କ ସହଯୋଗରେ ଋଷଭ ଲକଡାଉନ ସମୟରେ ଘରେ ରହି ପଢୁଥିଲେ । ଗଣିତରେ ତାଙ୍କର ବହୁତ ରୁଚି । ଏହି ରୁଚି ଯୋଗୁଁ ଏତେ କମ ବୟସରେ ସେ ନିଜର ଓ ନିଜ ପରିବାର ନାଁ କରିଛନ୍ତି । ସେ ବଡ ହୋଇ ଆଇପିଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି । ନିଜ ସଫଳତାର କ୍ରେଡିଟ୍ ସେ ନିଜ ମାତାପିତା ଓ ହୋମ ଟ୍ୟୁଟରଙ୍କୁ ଦେଇଛନ୍ତି ।

ଋଷଭଙ୍କ ପିତା କହିଛନ୍ତି ଆଇକ୍ୟୁ ଲେଭଲ ବହୁତ ହାଇ ଏବଂ ସେ ଗଣିତ ସହ ଅନ୍ୟ ବିଷୟରେ ମଧ୍ୟ ବହୁତ ତୀକ୍ଷ୍ଣ । ଗଣିତରେ ତାଙ୍କର ଅଧିକ ରୁଚି ଥିବାରୁ ସମସ୍ତେ ତାଙ୍କୁ ସପୋର୍ଟ କରିଛନ୍ତି । ଋଷଭ ଗଣିତରେ ନୂଆ ନୂଆ ପ୍ରୟୋଗ କରନ୍ତି । ସେ ଗଣିତରେ ଗୁଣନ, ହରଣ ଆଦି ଚଟାପଟ ଜବାବ ଦେଇଦିଅନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅନଲାଇନ୍ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.