Latest Odisha News

ଗ୍ରାହକଙ୍କ ପାଇଁ ନୂଆ ସେବା ଶୁଭାରମ୍ଭ କଲା ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପିତ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ଆଜି ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଡିମାଣ୍ଡ୍ ସାଇଡ୍ ମ୍ୟାନେଜମେଂଟ୍ (ଚାହିଦା ପାଶ୍ୱର୍ ପରିଚାଳନା) (ଡିଏସ୍‌ଏମ୍‌) ଅଭିଯାନର ଅଂଶ ସ୍ୱରୂପ ମୂଲ୍ୟ ଯୁକ୍ତ ସେବାର ଶୁଭାରମ୍ଭ କରିଛନ୍ତି।

BjdElectrycity

ଏଥିରେ ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ଶକ୍ତି ମିତବ୍ୟୟୀ ଆପ୍ଲାଏନସେସ୍ ଯଥା ଏୟାର କଣ୍ଡିସନର, ମୋଟର ଆଦି ବର୍ଦ୍ଧିତ ୱାରେଂଟି ଓ ଡୋର ଷ୍ଟେପ୍ ଡେଲିଭରି ସୁବିଧା ସହିତ ରିହାତି ଦରରେ ଯୋଗାଇ ଦେବାର ସୁଯୋଗ ପ୍ରଦାନ କରାଯିବ।

ସେହିପରି ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ)ର ଆରଟିସ୍ ଫେଜ୍‌-୨ ଅଧୀନରେ ଟିପିସିଓଡିଏଲ୍ ପକ୍ଷରୁ ଆବାସିକ/ଗ୍ରୁପ୍ ହାଉସିଂ ସୋସାଇଟି/ଆବାସିକ ଉନ୍ନୟନ ସଂଘ ବର୍ଗରେ ଥିବା ଗ୍ରାହକଙ୍କ ପାଇଁ ରିହାତି ମୂଲ୍ୟରେ ରୁଫ୍‌ଟପ୍ ସୋଲାର ସ୍ଥାପନ କରିବା ସୁବିଧା ପ୍ରଦାନ କରାଯିବ।

ଏହା ପଛର ମୂଳ ଲକ୍ଷ୍ୟ ହେଉଛି ଡିମାଣ୍ଡ ସାଇଡ୍ ମ୍ୟାନେଜମେଂଟ୍ (ଡିଏସଏମ) ଅଭିଯାନର ଅଂଶସ୍ୱରୂପ ପ୍ରଦାନ କରାଯାଉଥିବା ସେବାରେ ଉନ୍ନତି ଆଣିବା ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ ଓ କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ମିଶି ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ ଏହାକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ଧଳ କହିଛନ୍ତି ଯେ, “ଶକ୍ତି ସଂଚୟ ଓ ପ୍ରଦୂଷଣ ହ୍ରାସ ପାଇଁ ଶକ୍ତି ମିତବ୍ୟୟୀ ଇଲେକ୍‌ଟ୍ରିକାଲ୍ ସାମଗ୍ରୀ ହେଉଛି ବର୍ତମାନ ସମୟର ଆହ୍ୱାନ। ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଓ ଜିଏଚ୍‌ଜି ହ୍ରାସ ପାଇଁ ଅତି ଜରୁରୀ ଡିମାଣ୍ଡ୍ ସାଇଡ୍ ମ୍ୟାନେଜମେଂଟ୍ ଭଳି ମହତ ଅଭିଯାନର ପ୍ରସାର ପାଇଁ ଟିପିସିଓଡିଏଲ୍‌ର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି।

ଓଡ଼ିଶାର ଗ୍ରାହକମାନଙ୍କ ଲାଗି ମୂଲ୍ୟଯୁକ୍ତ ସେବା ଆରମ୍ଭ କରିଥିବାରୁ ଆମେ ଉଲ୍ଲସିତ ଗ୍ରାହକମାନଙ୍କୁ ସେବାମନଙ୍କ କେବଳ ବିଦ୍ୟୁତ ବିଲ୍ ହ୍ରାସ କରିବାରେ ସହାୟକ ହେବ ନାହିଁ ବରଂ ଶକ୍ତି ସଂରକ୍ଷଣ କରିବ। ଆମର ବିଶ୍ୱାସ ରହିଛି ଯେ ଆମର ଶକ୍ତି ସଂରକ୍ଷଣ ଲକ୍ଷ୍ୟ ହାସଲ କରିବାରେ ଗ୍ରାହକମାନେ ସମାନ ସହଯୋଗୀ ହୋଇପାରିବେ ବୋଲି ଏମ୍ ସେନବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ।

Leave A Reply

Your email address will not be published.