ନୂଆଦିଲ୍ଲୀ: ଆଲିଆ ଭଟ୍ଟ ବର୍ତ୍ତମାନ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଅନୁଷ୍କା ଶର୍ମାଙ୍କ ଦଳରେ ସାମିଲ୍ ହୋଇଛନ୍ତି। ରବିବାର ଦିନ ଆଲିଆ ଭଟ୍ଟ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରଡକ୍ସନ୍ ହାଉସ୍ – ‘Eternal Sunshine’ର ଶୁଭାରମ୍ଭ ଘୋଷଣା କରିଛନ୍ତି।
ଏ ନେଇ ଆଲିଆ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ତାଙ୍କ ନୂତନ କମ୍ପାନୀର ଲୋଗୋ ସେୟାର କରିଛନ୍ତି। ହଳଦିଆ ଏବଂ ଧଳା ଡିଜାଇନ୍ର ଏହି ଲୋଗୋଟି ତାର ଶୀର୍ଷକ ପରି ବେଶ୍ ଆକର୍ଷଣୀୟ ମଧ୍ୟ ଦିଶୁଛି। ଏଥିରେ ଦୁଇଟି ସୁନ୍ଦର ବିଲେଇର ଚିତ୍ର ମଧ୍ୟ ରହିଛି, ଯାହା ଆଲିଆଙ୍କ ଗୃହପାଳିତ ପଶୁ ପ୍ରତି ଥିବା ପ୍ରେମକୁ ସୂଚିତ କରୁଛି।
Comments are closed.