Latest Odisha News

BREAKING NEWS

ଅଫଲାଇନରେ ବି ହୋଇପାରିବ ଟିକାକରଣ ପାଇଁ ପଞ୍ଜିକରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କୁ ଟିକାକରଣ । ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । କୋ-ଓ୍ୱିନ୍ ଆପରେ ରେଜିଷ୍ଟ୍ରେସନ କରାଯାଉଛି । ରାଜ୍ୟରେ ଅଫଲାଇନରେ ବି ପଞ୍ଜିକରଣ କରିପାରିବେ । ଏନେଇ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଚିଠିରେ ଟିକା ନେବାରେ ବରିଷ୍ଠ ନାଗରିକ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି । ଆଜି ଅନଲାଇନରେ ପଞ୍ଜିକରଣ ବେଳେ ସମସ୍ୟା ଦେଖାଦେଇଥିଲା । ଏହାପରେ ଅଫଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି ସରକାର । ତେବେ ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବାକୁ କୁହାଯାଇଛି ।

ଯେଉଁମାନେ ଟିକା ନେବାକୁ ପଞ୍ଜିକରଣ କରିବେ ସେମାନଙ୍କର ମୋବାଇଲ୍ ନମ୍ବର, ପରିଚୟ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ରରେ ଥିବା ନମ୍ବର, ନାଁ, ଜନ୍ମ ତାରିଖ, ଲିଙ୍ଗ ଏବଂ ୪୫ରୁ ୫୯ ବର୍ଷ ଭିତରେ ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କ ଡାକ୍ତରୀ ସାର୍ଟିଫିକେଟ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.