Latest Odisha News

BREAKING NEWS

ଓଲଟି ପଡିଲା ଯାତ୍ରୀବାହୀ ବସ୍ ପ୍ରିନ୍ସ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ କୁମାରୁଣି ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‍ ପ୍ରିନ୍ସ । ଅଳ୍ପକେ ବର୍ତ୍ତିଯାଇଛନ୍ତି ୪୬ ଯାତ୍ରୀ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଥିବା ଜଣାପଡିଛି ।

ସୂଚନାନୁସାରେ, ପ୍ରିନ୍ସ ନାମକ ଏକ ଘରୋଇ ବସ୍ କଟକ ଅଭିମୁଖେ ଯାଉଥିବା ବେଳେ କୁମାରୁଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଥିବା ସମସ୍ତ ୪୬ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବସ୍ ଓଲଟିବା ଖବର ପାଇବା ପରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ନିକଟସ୍ଥ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.