Latest Odisha News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ ଜାରି

ଗଜପତି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତିଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ତୃତୀୟ ଗଳିରେ ଥିବା ବାସଭବନ, ଗଜପତି ଜିଲ୍ଲାର କାଶୀନଗର ମିନିଗାମରେ ଥିବା ଗୋଟିଏ ଇଟା ଫ୍ୟାକ୍ଟ୍ରିରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।

ବ୍ରହ୍ମପୁର ସିଦ୍ଧି ବିନାୟକ ମନ୍ଦିର ନିକଟ ନିୟତି ବିହାର ଟାୱାରରେ ରହୁଥିବା ନାଗେଶ୍ୱରଙ୍କ ସମ୍ପର୍କୀୟ ରାମଚନ୍ଦ୍ର ପାତ୍ରଙ୍କ ଘର, ଗଞ୍ଜାମ ଶେରଗଡ଼ର କୁଳଗଡ଼ରେ ପୈତୃକ ବାସଭବନ, ରାୟଗଡ଼ ବ୍ଲକରେ ଥିବା ଅଫିସ୍ ସହ ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ରେଡ୍ ଚାଲିଛି । ରେଡ୍ ସରିବା ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.