Latest Odisha News

BREAKING NEWS

କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା, ଜାଣନ୍ତୁ କେଉଁ ପଟେ ଯିବେ…

ଭୁବନେଶ୍ୱର: ଜରୁରୀ ମରାମତି କାର୍ଯ୍ୟ ପାଇଁ ମଙ୍ଗଳବାର ଠାରୁ ୬୦ ଦିନ ଧରି କୁଆଖାଇର ବାମପଟ ବ୍ରିଜ ବନ୍ଦ ରହିବ ବୋଲି ଟ୍ୱିନସିଟି କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି।

NH-16 ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ LHS ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରାଯାଇଛି।

 

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଯାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଭୁବନେଶ୍ୱରରୁ କଟକକୁ ସମସ୍ତ ଯାନବାହାନ ମାର୍ଚ୍ଚ ୨ରୁ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ କୁଆଖାଇର ମଝି ବ୍ରିଜକୁ ମାର୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି।

Comments are closed.