Latest Odisha News

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଧମାକା’; ଆଜି ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅଭିନୀତ ଫିଲ୍ମ ‘ଧମାକା’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। କାର୍ତ୍ତିକ ମଙ୍ଗଳବାର ଫିଲ୍ମର ଟିଜର ସେୟାର କରି ଏହି ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା ପ୍ରେକ୍ଷାଳୟ ଅପେକ୍ଷା ସିଧାସଳଖ OTT ପ୍ଲାଟଫର୍ମରେ ଆସିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବନୀ। ଗତ ବର୍ଷ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଲୋକପ୍ରିୟ ୱେବ୍ ସିରିଜ୍ ଆର୍ଯ୍ୟ ନିର୍ଦ୍ଦେଶନା ଦେଇଥିଲେ ରାମ ମାଧବାନୀ

କାର୍ତ୍ତିକ ଟିଜର ସେୟାର କରି ଲେଖିଛନ୍ତି – ମୁଁ ଅର୍ଜୁନ ପଠକ। ଯାହା କୁହିବି ସତ କହିବି। ଧମାକା ଖୁବ୍‌ ଶୀଘ୍ର ନେଟଫ୍ଲିକ୍ସରେ ଆସୁଛି। ଏହି ଚଳଚ୍ଚିତ୍ରରେ ଅମୃତା ସୁଭାଷ ଏବଂ ବିଶ୍ୱଜିତ ପ୍ରଧାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କାର୍ତ୍ତିକ ଏହି ଧମାକାରେ ଏକ ଟିଭି ଆଙ୍କର୍ ପାଲଟିଛନ୍ତି।

ଟିଜର ଦର୍ଶାଉଛି ଯେ କାର୍ତ୍ତିକ ଏକ ଲାଇଭ୍ ସୋ କରିବାକୁ ମନା କରୁଛନ୍ତି, କିନ୍ତୁ ଅମୃତା ସୁଭାଷ ତାଙ୍କୁ ଏହା କରିବାକୁ ଜୋର୍‌ ଦେଉଛନ୍ତି। ଅମୃତା ତାଙ୍କୁ ପୁଣିଥରେ ଏହି କ୍ଷେତ୍ରକୁ ନିମନ୍ତ୍ରଣ କରନ୍ତି ଏବଂ ଶେଷରେ କାର୍ତ୍ତିକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇଯାଆନ୍ତି।

Comments are closed.