Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ପିକ୍ ଅପ୍ ଭ୍ୟାନ ଚଳାଇ ଯାଉଥିବା ବେଳେ ତାଙ୍କୁ ଏହି ଆକ୍ରମଣ ହୋଇଥିଲା । ଅଭିଯୁକ୍ତମାନେ ଭୁଜାଲି ଓ ଫାର୍ସାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତେବେ କେଉଁ କାରଣରୁ ତାଙ୍କ ଉପରକୁ ଏହି ଆକ୍ରମଣ ହୋଇଛି ତାହା ଜଣା ପଡିପାରିନାହିଁ । ପୋଲିସ ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.