Latest Odisha News

BREAKING NEWS

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଡାକ୍ତର କୋଭିଡ୍ ସଂକ୍ରମଣ ମାମଲା, ନେଗେଟିଭ୍ ଆସିଲା ମୂଳ ନମୁନା

ଭୁବନେଶ୍ୱର: ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ ଡାକ୍ତର କେମିତି ହେଲେ କରୋନା ସଂକ୍ରମିତ ? ଏହାକୁ ନେଇ ଖାଲି ରାଉରକେଲା କାହିଁକି ରାଜ୍ୟବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା । କରୋନା ଟିକାର ଫଳପ୍ରଦତା ନେଇ ପ୍ରଶ୍ନ ବି ଉଠିଥିଲା । ଆଇଜିଏଚରେ ପରୀକ୍ଷା ପରେ କୋଭିଡ୍ ପଜିଟିଭ୍ ବାହାରିଥିବା ନମୁନାକୁ ପୁଣି ଥରେ ଭୁବନେଶ୍ୱର ଆରଏମ୍ଆରସିରେ ପରୀକ୍ଷା କରାଯାଇଥିଲା । ଉକ୍ତ ନମୁନା କୋଭିଡ୍ ନେଗେଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆଇଜିଏଚରେ ହୋଇଥିବା ପରୀକ୍ଷା ଦୂଷିତ କାରଣରୁ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୭୧ ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ଏସ୍. ସୁଲେମାନ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ କରୋନାର ଆରଟି-ପିସିଆର୍ ପରୀକ୍ଷା ରାଉରକେଲା ଆଇଜିଏଚରେ କରାଇଥିଲେ । ଦ୍ୱିତୀୟ ଡୋଜ୍ ଟିକା ନେବାର ପ୍ରାୟ ୩ ସପ୍ତାହ ପରେ ତାଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ଉକ୍ତ ରିପୋର୍ଟ ଭୁଲ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲା । ଆରଏମଆରସିରେ ଡାକ୍ତରଙ୍କ ଏକାଧିକ ଆରଟି-ପିସିଆର୍ ପରୀକ୍ଷା କରାଯାଇଥିଲା । ଯାହାକି ନେଗେଟିଭ୍ ଆସିଛି । ଏଥିସହ ଆରଏମଆରସିରେ ଡାକ୍ତରଙ୍କ ଆଣ୍ଟିବଡ଼ି ମଧ୍ୟ ଯାଞ୍ଚ କରାଯାଇଥିଲା । ଆଣ୍ଟିବଡ଼ି ଅଧିକ ଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ହେଉଛି କରୋନା, ଡାକ୍ତର ପଜିଟିଭ୍

Leave A Reply

Your email address will not be published.