Latest Odisha News

BREAKING NEWS

୪୪୨.୦୨ ପଏଣ୍ଟ ଅଭିବୃଦ୍ଧି ସହ ଖୋଲିଲା ସେନସେକ୍ସ: ସେୟାର ବଜାରରେ ଉତ୍ସାହ

ମୁମ୍ବାଇ: ଆଜି ସକାଳୁ ସେୟାର ବଜାର ଭଲ ଆରମ୍ଭ ହୋଇଛି । ୪୪୨.୦୨ ଅଙ୍କ ବୃଦ୍ଧି ପାଇ ସେୟାର ବଜାର ଖୋଲିଛି । ଏହାସହ ସେନସେକ୍ସ ୫୧,୭୨୧.୫୪ ପଏଣ୍ଟରେ ପହଞ୍ଚିଛି ।

ସେହିପରି ନିଫ୍ଟି ୧୨୪.୩୦ ପଏଣ୍ଟ ବୃଦ୍ଧି ପାଇ ଖୋଲି ୧୫୨୯୯ ଅଙ୍କ ଛୁଇଁଥିଲା । ଶୁକ୍ରବାର ସକାଳେ IDBI  ଓ IFCIର ସେୟାର ସବୁଠାରୁ ଭଲ କାରବାର କରିଥିଲା  । ଆଇଟିଡିସି ଓ ଅଦାନୀ ପାଓ୍ୱାର୍ସର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ଗତକାଲି ମହାଶିବରାତ୍ରି ଥିଲା । ଏହି କାରଣରୁ ସେୟାର ବଜାରରେ କାରବାର ବନ୍ଦ ଥିଲା । ସେହିପରି ବୁଧବାର ମଧ୍ୟ ସେୟାର ବଜାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା । ବୁଧବାର ସକାଳେ ସେୟାର ବଜାରରେ ୪୦୫ ଅଙ୍କ ବୃଦ୍ଧି ପରିଲକ୍ଷିତ ହୋଇଥିଲା । କିନ୍ତୁ କାରବାର ବନ୍ଦ ବେଳକୁ ଏହା ୨୫୪ ଅଙ୍କ ହୋଇଯାଇଥିଲା ।

Leave A Reply

Your email address will not be published.