Latest Odisha News

BREAKING NEWS

ଏଠି ‘ବର’ ପାଇଁ ‘କନ୍ୟା’ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ୟୁପିର ଜଣେ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ପୋଲିସ୍ ନିକଟକୁ ଯାଇ ତାଙ୍କ ପାଇଁ କନ୍ୟା ଖୋଜିଦେବାକୁ ଅନୁରୋଧ କରିଛନ୍ତି। ପାଞ୍ଚ ବର୍ଷ ଧରି ସେ ନିଜ ପାଇଁ କନ୍ୟା ଖୋଜିବାରେ ଅସମର୍ଥ ହେବା ପରେ, ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶ କୈରାନାର ବାସିନ୍ଦା ଆଜିମ ମାନସୁରୀଙ୍କର ଉଚ୍ଚତା ପ୍ରାୟ ୨ ଫୁଟରୁ ଅଧିକ। ପ୍ରତ୍ୟେକ ଥର ତାଙ୍କ ପାଇଁ ଗୋଟିଏ ଲେଖା ପ୍ରସ୍ତାବ ଆସେ କିନ୍ତୁ ତାଙ୍କ ଉଚ୍ଚତା ହେତୁ ପ୍ରତିଥର ତାଙ୍କୁ ହତାଶ ହେବାକୁ ପଡ଼େ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଶେଷରେ ଅଜିମ ନିଜ ପାଇଁ କନ୍ୟାଟିଏ ଖୋଜିଦେବାକୁ ପୋଲିସକୁ ସାହାଯ୍ୟ ମାଗିଛନ୍ତି।

ଖବର ଅନୁଯାୟୀ, ଆଜିମ ପ୍ରାୟ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ନିଜ ପାଇଁ ପାଇଁ ଜୀବନ ସାଥୀଟିଏ ଖୋଜୁଛନ୍ତି। ସେ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସାନ ଏବଂ ନିଜ ଭାଇଙ୍କ ସହ ଏକ ପ୍ରସାଧନ ଦୋକାନ ମଧ୍ୟ ଚଳାନ୍ତି। ନିଜ କମ୍‌ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି। ସବୁବେଳେ ଅପମାନିତ ହେବା ଯୋଗୁ ସେ ପଞ୍ଚମ ଶ୍ରେଣୀରେ ସ୍କୁଲ ମଧ୍ୟ ଛାଡିଛନ୍ତି।

ଖବର ଅନୁୟାୟୀ ସେ ବୁଧବାର ଦିନ ପୋଲିସ ଷ୍ଟେସନକୁ ଆସି ତାଙ୍କ ପାଇଁ କନ୍ୟା ଖୋଜିବାକୁ ଅନୁରୋଧ କରିଥିଲେ। ତେବେ ଏ ନେଇ ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, “ଆମେ କଣ କରିବୁ ଜାଣି ନାହୁଁ। କିନ୍ତୁ କଣ କରାଯାଇପାରିବ ତାହା ଆମେ ନିଶ୍ଚିତ ଦେଖିବୁ।”

Leave A Reply

Your email address will not be published.